ବାଣ ବିସ୍ଫୋରଣରେ ୪ ଗୁରୁତର
![](https://www.odishalink.com/wp-content/uploads/2020/11/cracker-blast.jpg)
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ଏକ ବିସ୍ଫୋରଣ ଘଟିଛି। ବାଣ ପ୍ରସ୍ତୁତ ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣାଟରେ ୪ଜଣ ଗୁରୁତର ହୋଇଛନ୍ତି।
ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ପ୍ରଥମେ ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିସ୍ଫୋରଣରେ କାହାର ଦେହର କିଛି ଅଂଶ ପୋଡି ଯାଇଥିବା ବେଳେ ଆଉ କାହାର ଦେହରେ ଶକ୍ତ ଆଘାତ ଲାଗିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି।
ସୂଚନା ଅନୁସାରେ, କୈଳାଶ ପ୍ରଧାନଙ୍କ ଘରେ ବାଣ ତିଆରି ଚାଲିଥିଲା।ପୁଲିସ ତାଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।
Comments are closed.