ବଲିଉଡ୍ ପ୍ରଯୋଜକଙ୍କ ଘରେ ରେଡ୍ କଲା ଏନ୍ସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାରରେ ଅନେକ ସେଲିବ୍ରେଟିଙ୍କ ନାଁ ଉଠିଥିଲା। ତେବେ ଖ୍ୟାତନାମା ବଲିଉଡ୍ ପ୍ରଯୋଜକ ପିରୋଜ୍ ଏ. ନାଦିୱାଦ୍ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।
ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ବାସଭବନରେ ପହଁଞ୍ଚିଥିଲା ଏନ୍ସିବି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍ସିବି।
ନିକଟରେ ଅନ୍ୟ ଏକ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ପତ୍ନୀ ଗାର୍ବିଲ୍ଲା ଡେମିଟ୍ରିଆଡେସ୍ଙ୍କ ଭାଇ ଆଗିସିଆଲୋସ୍ ଡେମିଟ୍ରିଆଡେସ୍କୁ ଗିରଫ କରିଛି ଏନ୍ସିବି। ପୂର୍ବରୁ ଧର୍ମାପ୍ରଡକ୍ସନ୍ର ପୂର୍ବତନ କର୍ମଚାରୀ କ୍ଷୀତିଜ୍ ପ୍ରସାଦକୁ ମଧ୍ୟ ଗରିଫ କରାଯାଇଛି।
Comments are closed.