Odisha Link
Bridging the Missing Links in Odisha

କ୍ରସର୍ ମାଲିକ ଅପହରଣ !

ରାଉରକେଲା: ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜୟ ବାହାଲ ନିକଟରେ ଜଣେ କ୍ରସର୍ ମାଲିକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି।ପୁଲିସ ଅନେକ ଜାଗାରେ ଚଢ଼ାଉ କରିିଥିଲେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସନ୍ଧାନ ପାଇପାରି ନଥିଲା। ଅପହରଣର କାରଣ ଜଣା ପଡ଼ିନଥିଲା ।

ସୂଚନା ଅନୁସାରେ, ପ୍ରଦୀପ କୁଣ୍ଡୁ କର୍ମଚାରୀଙ୍କୁ ଦରମା ଟଙ୍କା ପ୍ରଦାନ କରିବାକୁ ୬୬ କିମି ଦୂର ବିଜୟ ବାହାଲକୁ ଯାଇଥିଲେ। ସେ ସନ୍ଧ୍ୟା ୭ଟାବେଳେ କାମ ସାରି ଘରକୁ ଫେରୁ ଥିବା ସମୟରେ ରାସ୍ତାରେ ତାଙ୍କ ମୋବାଇଲ୍ ଫୋନ୍ ବାଜିଥିଲା। ଏହି କାରଣରୁ ସେ ରାସ୍ତାରେ ଅଟକି ଯାଇ ଫୋନରେ କଥାବାର୍ତ୍ତା ହେଉଥିଲେ।

ଏହା ପରେ ତାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଅପହରଣ କରିଥିବା ସୂଚନା ମିଳିଛି। ଦୀପାବଳି ପୂର୍ବରୁ ତାଙ୍କୁ ଏଭଳି ଅପହରଣ କରାଯାଇଥିବା ଖବର ଅନ୍ୟ କ୍ରସର୍ ମାଲିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Comments are closed.