ଟ୍ରମ୍ପଙ୍କୁ ଆଉ ଏକ ଝଟକା, ମେଲେନିଆ ଦେବେ ଛାଡ଼ପତ୍ର!
![](https://www.odishalink.com/wp-content/uploads/2020/10/DonaldTrump-MelaniaTrump-1.jpg)
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପକୁ ଆଉ ଏକ ଝଟକା। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ହ୍ଵାଇଟ୍ ହାଉସ୍ର ଜଣେ ପୂର୍ବତନ ସହଯୋଗୀ ସୂଚନା ଦେଇ କହିଛନ୍ତି ଯେ, ଟ୍ରମ୍ପ ଓ ମେଲେନିଆ ୧୫ ବର୍ଷର ବୈବାହିକ ଜୀବନ ଉପରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି। ହ୍ଵାଇଟ୍ ହାଉସ୍ରୁ ବାହାରିବା ମାତ୍ରେ ମେଲେନିଆ ଟ୍ରମ୍ପଙ୍କୁ ତଲାକ ଦେବେ।
ହ୍ଵାଇଟ୍ ହାଉସ୍ର ପବ୍ଲିକ ଲାଇଜନ ଅଫିସ୍ରେ କମ୍ୟୁନିକେସନର ପୂର୍ବତନ ନିର୍ଦ୍ଦେଶକ ଓମାରୋସା ମନିଗାଉଲଟ ନ୍ୟୁମେନ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଅଫିସ୍ରେ ଥିବାରୁ ମେଲେନିଆ ବର୍ତ୍ତମାନ ଛାଡ଼ପତ୍ର ଦେଇ ପାରୁନାହାନ୍ତି। ଯଦି ଏବେ ସେ ତଲାକ ଦେବା ପରି ଅପମାନଜନକ ପଦକ୍ଷେପ ନିଅନ୍ତି ତେବେ ଟ୍ରମ୍ପ ତାଙ୍କୁ ନିଜ ପଦ ବଳରେ ଦଣ୍ଡ ଦେବେ। ତେଣୁ ଟ୍ରମ୍ପ ହ୍ଵାଇଟ୍ ହାଉସ୍ରୁ ବାହାରିବା ପରେ ମେଲେନିଆ ତାଙ୍କୁ ଛାଡ଼ପତ୍ର ଦେବେ।
ନ୍ୟୁମେନ ଟ୍ରମ୍ପଙ୍କ ସହିତ ଝଗଡା ପରେ ୨୦୧୭ ଡିସେମ୍ବରରେ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେଲେନିଆଙ୍କ ଏକ ବନ୍ଧୁ ଜୋର ଦେଇ କହିଛନ୍ତି, ଟ୍ରମ୍ପ ୨୦୧୬ ନିର୍ବାଚନରେ ବିଜୟୀ ହେବା ପରେ ମେଲେନିଆ ବହୁତ କାନ୍ଦିଥିଲେ। କାରଣ ତାଙ୍କୁ ନ୍ୟୁୟର୍କରୁ ଓ୍ଵାଶିଂଟନ ଯିବା ପାଇଁ ପାଞ୍ଚ ମାସ ଅପେକ୍ଷା କରିବାକୁ ପଡିଥିଲା। କାରଣ ତାଙ୍କ ପୁଅ ନ୍ୟୁୟର୍କର ବେରୋନ ସ୍କୁଲରେ ପଢୁଥିଲେ।
Comments are closed.