“ମୋ ଧାମ ମୋ ଗର୍ବ” ସ୍ୱଚ୍ଛତା କାର୍ଯ୍ୟକ୍ରମ, ୩୫ ମେଟ୍ରିକ୍ ଟନ୍ ଅଳିଆ ସଂଗ୍ରହ

ପୁରୀ: ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇ ଥିଲା ‘ମୋ ଧାମ ମୋ ଗର୍ବ‘ ସଚେତନତା କାର୍ଯ୍ୟକ୍ରମ। ଗତ ଏକ ସପ୍ତାହ ବ୍ୟାପୀ ସ୍ଵଚ୍ଛତା ସମ୍ବନ୍ଧୀୟ ସଚେତନତା ଧର୍ମୀ ଅଭିଯାନ ‘ମୋ ଧାମ ମୋ ଗର୍ବ ‘ର ଆଜି ଉଦଯାପନୀ ଉତ୍ସବ ବ୍ଲୁ ଫ୍ଲାଗ ବିଚ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସହଯୋଗ ତଥା ପ୍ରଶାସନର ପ୍ରଚେଷ୍ଟା ଏବଂ ପୁରୀବାସୀଙ୍କ ସହାୟତାରେ ଏହି ଅଭିଯାନ ସଫଳ ରୂପ ନେଇଛି।
ସାତ ଦିନ ଧରି ସହରରେ ସଫେଇ ଅଭିଯାନ ଜୋରଦାର କରାଯାଇଥିଲା। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ୩୫ ମେଟ୍ରିକ୍ ଟନ୍ ଅଳିଆ ସଂଗ୍ରହ କରାଯାଇଛି। ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି ହୋଇଥିବା ବେଳେ ଦସ୍ତଖତ ଅଭିଯାନରେ ସହରବାସୀ ସାମିଲ ହୋଇଛନ୍ତି। “ମୋ ଧାମ ମୋ ଗର୍ବ” ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଦ୍ବାରା ପୁରୀ ସହରକୁ ଐତିହ ନଗରୀ କରିବାରେ ସହ ସାମୁହିକ ବିକାଶ ଏହି ସ୍ଵଚ୍ଛତା ଅଭିଯାନର ଅନ୍ୟତମ ପ୍ରଚେଷ୍ଟା।
Comments are closed.