ମୋବାଇଲ ହେଲା କାଳ, ଅସାବଧାନତାରୁ ଚଢ଼ିଗଲା ଟ୍ରେନ

ଭୁବନେଶ୍ୱର: ମୃତ୍ୟୁ ଏମିତିବି ଆଶେ ଯାହା କେହି କେବେ ଭାବି ନଥିବେ। ଜଣେ ଯୁବତୀଙ୍କ ପାଇଁ ମୋବାଇଲ ଫୋନ ହେଲା କାଳ। କାନରେ ଇଅର ଫୋନ ଲଗାଇ ଗୀତ ଶୁଣିବା ସମୟରେ ଚଢ଼ିଗଲା ଟ୍ରେନ। ମୃତ ଯୁବତୀ ଜଣକ ସାନମଟକବାଡ଼ି ଗାଁର କୁମାରୀ ଗାଣ୍ଟା। ଟିକିଏ ଅସାବଧାନତା କାରଣରୁ ଚାଲିଗଲା ଜୀବନ।
ସୂଚନା ଅନୁଯାୟୀ, କୁମାରୀ ଗାଣ୍ଟା ସନ୍ଧ୍ୟାରେ ନିକଟସ୍ଥ ଲଟାଗୁଡ଼ା ଗ୍ରାମକୁ କୌଣସି କାମରେ ଯାଇଥିଲେ। ଚାଲି ଚାଲି ନିଜ ଗାଁକୁ ଫେରିବା ସମୟରେ ସେ ଇୟର ଫୋନ ଲଗାଇ ମୋବାଇଲରୁ ଗୀତ ଶୁଣୁଥିଲେ। ଏହାରି ମଧ୍ୟରେ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ରେଳଧାରଣା ପଡ଼ିଥିଲା ।
ଉଭୟ କାନରେ ଇଅର ଫୋନ ଲାଗିଥିବାରୁ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ସମ୍ପର୍କରେ ସେ ଆଦୌ କିଛି ଜାଣିପାରିନଥିଲେ । ତେଣୁ ଅନ୍ୟମନସ୍କ ହୋଇ ରେଳଧାରଣା ପାର ହେବା ସମୟରେ ଗୋଟଏ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା। ।
ସକାଳେ ସ୍ଥାନୀୟ ଲୋକ ଯୁବତୀଙ୍କ କ୍ଷତାକ୍ତ ଶବ ରେଳଧାରଣାରେ ଠାବ କରିଥିଲେ । ଏ ନେଇ ଖବର ପାଇ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Comments are closed.