ଦେଶରେ କରୋନା: ୨୪ ଘଣ୍ଟାରେ ୪୫,୯୦୩ ଆକ୍ରାନ୍ତ
![](https://www.odishalink.com/wp-content/uploads/2020/04/Corona-Virus.jpg)
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧କୁ ବୃଦ୍ଧି ପାଇଛି। ଦେଶରେ ୫ ଲକ୍ଷ ୯ ହଜାର ୬୭୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ ସୁସ୍ଥ ହୋଇସାରିଛନ୍ତି।
Comments are closed.