ନଭେମ୍ବର ୧୯ରୁ ୟୁଜିସି ନେଟ୍ ପରୀକ୍ଷା
![](https://www.odishalink.com/wp-content/uploads/2020/11/CSIR-UGC-NET.jpg)
ଭୁବନେଶ୍ବର: ନଭେମ୍ବର ୧୯ରୁ ୟୁଜିସି ନେଟ୍ ପରୀକ୍ଷା ଆରମ୍ଭ। ଏନ୍ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ୟୁଜିସି ନେଟ୍ ପରୀକ୍ଷା ପାଇଁ ଆବେଦନକାରୀ ୱେବସାଇଟ୍ (www.csirnet.nta.nic.in)କୁ ଯାଇ ଆଡମିଟ୍ କାର୍ଡ ଡାଉନ୍ଲୋଡ଼ କରିପାରିବେ। ଚଳିତ ବର୍ଷ ୫ଟି ବିଷୟରେ ୨ଲକ୍ଷ ୬୨ହଜାର ୬୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଛନ୍ତି।
ୟୁଜିସି ନେଟ୍ ପରୀକ୍ଷା ଅନ୍ଲାଇନ୍ରେ କରାଯିବ। କୋଭିଡ୍ କଟକଣାକୁ ପାଳନ କରି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
Comments are closed.