ଦେଶୀ ବନ୍ଧୁକ ତିଆରି କାରବାର, ଜଣେ ଗିରଫ
ନୟାଗଡ଼ : ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ନୟାଗଡ଼ ପୁଲିସ ଜଣଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ଯୁବକଙ୍କ ନାମ କାବୁଲି ମହାରଣା। ସେ ଆଗରୁ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ଘର ନୟାଗଡ଼ର ମାଳିସାହି।
ସୂଚନା ଅନୁସାରେ, କାବୁଲି ଜଣେ କାଠ ମିସ୍ତ୍ରୀ ଭାବେ ବୃତ୍ତି ନିର୍ବାହ କରନ୍ତି। ଭିତରେ ଭିତରେ ନିଜ ଘର ମଧ୍ୟରେ ଏଭଳି ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଛି। ସେ ବିଭିନ୍ନ ସରଞ୍ଜାମ ସଂଗ୍ରହ କରି ବନ୍ଧୁକ ତିଆରି କରୁଥିଲେ। ବରାଦ ଅନୁସାରେ କାବୁଲି ବନ୍ଧୁକ ତିଆରି କରୁଥିଲେ ଏବଂ ୫ ହଜାର ଟଙ୍କା ଦାମରେ ଏହାକୁ ବିକ୍ରି କରୁଥିଲେ।
ଗତକାଲି ରାତିରେ ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ , ଏସଡିପିଓ ନିରଞ୍ଜନ ପାଢୀ , ଟାଉନ ଥାନା ଓ ସଦର ଥାନା ପୁଲିସ ଟିମ୍ ମାଳିସାହିରେ ଚଢାଉ କରିଥିଲା।ସେଠାରୁ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଥିଲେ ।
Comments are closed.