ପଣସ ଗଛରୁ ଖସି ଜଣେ ବ୍ୟକ୍ତି ମୃତ

ପାଟଣା : ପଣସ ଗଛରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଅନାମ ମୁଣ୍ଡାରୀ।ଏହି ଅଭାବନୀୟ ଘଟଣାଟି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଭାଲୁକିପତଳା ଗ୍ରାମରେ ଘଟିଛି ।
ସୂଚନାଅନୁସାରେ, ଅନାମ ପଣସ ଗଛରେ ଚଢି ଛେଳି ଖାଇବା ପାଇଁ ଡାଳ ଭାଙ୍ଗୁ ଥିବା ବେଳେ ଗଛରୁ ଖସିପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ସମୟରେ ସେ ପ୍ରାଣ ହରାଇଥିଲେ।
ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଭାଲୁକିପତଳା ଗ୍ରାମକୁ ଯାଇ ମୃତଦେହକୁ ଜବତ କରିଛନ୍ତି। ଆସନ୍ତା କାଲି ମୃତକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
Comments are closed.