ଟ୍ରକ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ, ଡ୍ରାଇଭର ଗୁରୁତର

ପାଟଣା : ଆଜି ଭୋର ସମୟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ୧୨ ଚକିଆ ଟ୍ରକ ପଛରେ ଦୃତଗତିରେ ଆସୁଥିବା ଅନ୍ୟ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇଥିଲା ।
ଦୁର୍ଘଟଣା ରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି।
ଉଭୟ ଟ୍ରକ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ନିହ୍ନୁଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Comments are closed.