ଫୁଟ୍ବଲ୍ ପଡ଼ିଆରେ କାଟିଲେ ୫୦ ଜଣଙ୍କ ମୁଣ୍ଡ

ନୂଆଦିଲ୍ଲୀ: ମୋଜାମ୍ବିକ କ୍ୟାବୋ ଡେଲ୍ଗାଡୋରେ ଆଇଏସ ଆତଙ୍କବାଦୀ କରିଛନ୍ତି ନରସଂହାର। ଆତଙ୍କବାଦୀମାନେ ୫୦ ଜଣ ବ୍ୟକ୍ତିଙ୍କର ମୁଣ୍ଡ କାଟିଥିବା ନେଇ ରାଷ୍ଟ୍ରାୟତ ‘ମୁଜାମ୍ବିକ୍ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି।
ରିପୋର୍ଟ ମୁତାବକ, ଗାଁରେ ଥିବା ଫୁଟ୍ବଲ୍ ପଡ଼ିଆକୁ ‘ସଂହାର କ୍ଷେତ୍ର’ରେ ପରିଣତ କରାଯାଇ ୫୦ ଜଣ ବ୍ୟକ୍ତିଙ୍କର ମୁଣ୍ଡ କଟାଯିବା ସହ ଶରୀର ଖଣ୍ଡବିଖଣ୍ଡ କରାଯାଇଥିଲା। ଗ୍ରାମବାସୀମାନଙ୍କୁ ଧରି ସ୍ଥାନୀୟ ଫୁଟ୍ବଲ୍ ପଡ଼ିଆକୁ ଅଣାଯିବା ପରେ ସେମାନଙ୍କ ମୁଣ୍ଡ କଟାଯାଇ ଶରୀରକୁ ଖଣ୍ଡବିଖଣ୍ଡ କରାଯାଉଥିଲା। ଶୁକ୍ରବାର ରାତିରୁ ରବିବାର ପର୍ଯ୍ୟନ୍ତ ଏହି ନୃଶଂସ କାଣ୍ଡ ଚାଲିଥିଲା ବୋଲି ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ କରିଛି।
ପ୍ରାକୃତିକ ବାଷ୍ପ ସମୃଦ୍ଧ କ୍ୟାବୋ ଡେଲାଗାଡୋରେ ୨୦୧୭ରୁ କ୍ରମାଗତ ବିଭତ୍ସ ଆକ୍ରମଣ ଚାଲିଆସୁଛି। ଏଥିରେ ୨୦୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଗୃହହରା ହୋଇପଡ଼ିଛନ୍ତି।
Comments are closed.