Odisha Link
Bridging the Missing Links in Odisha

ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୩ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏ ରୋଗୀ ଆଖି ବୁଜିଛନ୍ତି।

ଅନ୍ୟପକ୍ଷେ ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.