ଏପ୍ରିଲ ସୁଦ୍ଧା ରାଜଧାନୀରେ ଗଡିବ ୫୦ଟି ବିଦ୍ୟୁତ୍ ଚାଳିତ ବସ୍

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରୁ ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍। ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହି ବିଦ୍ୟୁତ୍ ଚାଳିତ ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍ ଷ୍ଟେସନ ଏବଂ ୫୦ ଟି ବସ୍ ରହିବାକୁ ଡିପୋ ନିର୍ମାଣ କରାଯିବ। ନିଷ୍ପତ୍ତି ନେଇଛନ୍ତି।
କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଚଳ କରାଯିବ। ବିଦ୍ୟୁତ ଚାଳିତ ବସ୍ ଆସିବା ପୂର୍ବରୁ ଗାଡକଣାଠାରେ ଚାର୍ଜ ଓ ଡିପୋ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯିବ। ବିଦ୍ୟୁତ୍ ସବ୍ ଷ୍ଟେସନ ଓ ବସ୍ ଡିପୋ ପାଇଁ କ୍ରୁଟ୍ ପକ୍ଷରୁ ଜାଗା ଚିହ୍ନଟ ସରିଛି। ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ ପାଇଁ ଆସନ୍ତା ସପ୍ତାହାରେ ହରିୟାଣାର ବସ୍ ନିର୍ମାଣ କାରୀ ସଂସ୍ଥାର ବୈଷୟିକ ପ୍ରତିନିଧି ଆସିବେ। ସେମାନେ ପରିଦର୍ଶନ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ଚଳିତବର୍ଷ ଶେଷ ସୁଦ୍ଧା ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ଲକ୍ଷ ରଖିଥିଲେ ମାତ୍ର କରୋନା ମହାମାରୀ ପାଇଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏବେ ସ୍ଥିତିର ସୁଧାର ଆସିବା ପରେ ୨୦୨୧ ଜାନୁଆରୀ ଶେଷ ସପ୍ତାହରେ ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଆଣିବାକୁ ସରକାର ଲକ୍ଷ ରଖିଛନ୍ତି। ଫେବୃଆରୀ ପ୍ରଥମ ସପ୍ତାହରେ ବିଦ୍ୟୁତ୍ ଚାଳିତ ବସ୍ ସେବା ଆରମ୍ଭ ହେବ। ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ଆଉ ୨୫ ଟି ବସ୍ ଓଡିଶାରେ ପହଂଚିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରୁ ରାଜଧାନୀରେ ୫୦ ଟି ବିଦ୍ୟୁତ୍ ଚାଳିତ ବସ୍ ଗଡିବ।
Comments are closed.