କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୨୬୪ ଆକ୍ରାନ୍ତ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ଆଉ ୧୨୬୪ ଜଣ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସେହିଭଳି ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୭୯, ବାଲେଶ୍ବରରୁ ୭୬, ବଲାଙ୍ଗୀରରୁ ୭୬, କଟକରୁ ୭୪, କେନ୍ଦୁଝରରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡ଼ାରୁ ୬୧, ଜଗତସିଂହପୁରରୁ ୫୯, ବରଗଡ଼ରୁ ୫୭, କେନ୍ଦ୍ରାପଡ଼ାରୁ ୪୪, ପୁରୀ ୪୩, ଢ଼େଙ୍କାନାଳ ୩୮, ସମ୍ବଲପୁର ୩୦, ଯାଜପୁର ୨୮, କଳାହାଣ୍ଡି ୨୫, ଗଞ୍ଜାମ ୨୨, ଭଦ୍ରକ ୨୦, କୋରାପୁଟ ୨୦, ନବରଙ୍ଗପୁର ୧୮, କନ୍ଧମାଳ ୧୩, ଝାରସୁଗୁଡ଼ା ୧୨, ରାୟଗଡ଼ା ୧୧, ଦେବଗଡ଼ ୯, ନୟାଗଡ଼ ୯, ସୁବର୍ଣ୍ଣପୁର ୮, ମାଲକାନଗିରି ୬, ଗଜପତି ୩ ଓ ବୌଦ୍ଧରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମେଡିକାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି।
Comments are closed.