କୋର୍ଟରେ ହାଜର ହେଲେ ଅନୁଭବ

କଟକ: ଆଜି କୋର୍ଟରେ ଓକିଲଙ୍କ ଜରିଆରେ ସାଂସଦ ଅନୁଭବ ମହାନ୍ତି ହାଜର ହୋଇଛନ୍ତି। ତେବେ ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ବର୍ଷାଙ୍କ ସ୍ୱାମୀ ଅନୁଭବ ମହାନ୍ତି।
ତେବେ ଜବାବ ଦାଖଲ କରିବା ପାଇଁ ଆଜି କୋର୍ଟରେ ଅଧିକ ସମୟ ମାଗିଥିଲେ ଅନୁଭବ। ଆଉ ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି କୋର୍ଟ।
Comments are closed.