Odisha Link
Bridging the Missing Links in Odisha

ବ୍ୟାଙ୍କ କର୍ମଚାରୀଙ୍କୁ ଦୀପାବଳି ବୋନସ୍: ବଢ଼ିଲା ଦରମା

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କୁ ଦୀପାବଳି ଉପହାର। ଏହି ଦୀପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି। ଆଇବିଏ ସହିତ ହୋଇଥିବା ବୁଝାମଣା ଯୋଗୁଁ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ।

ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ। ସେଥି ମଧ୍ୟରୁ ୩୩୮୫ କୋଟି ଟଙ୍କା ଅଣ ଅଧିକାରୀଙ୍କ ବେତନ ବାବଦରେ ଏବଂ ବଳକା ଅର୍ଥରାଶି ଅଧିକାରୀମାନଙ୍କୁ ବେତନ ଦେବାରେ ବ୍ୟୟ ହେବ। ୨୦୧୭ ନଭେମ୍ବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସମୟ ପାଇଁ ଏହି ବେତନ ବୁଝାମଣା ହୋଇଛି। ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କୁ ବକେୟା ବେତନ ମିଳିବ ବୋଲି କୁହାଯାଇଛି।

ବେତନ ବୃଦ୍ଧି ସମୟର ଟଙ୍କାକୁ ଚଳିତ ବର୍ଷ ନଭେମ୍ବର ୧ ରୁ ପ୍ରଭାବୀ ଭାବେ ଜାରି କରାଯିବ ବୋଲି ବ୍ୟାଙ୍କର ଅଫିସର ସଂଘ ଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଇବିଏଲ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦ୍ୱନ୍ଦ୍ୱିତାର ଭାବ ଜାଗ୍ରତ କରିବା ଏବଂ ପ୍ରଦର୍ଶନ ଲାଗି ପୁରସ୍କାର ଦେବା ପାଇଁ ପ୍ରଥମ ଥର ଲାଗି ପ୍ରଦର୍ଶନ ସହ ଜଡ଼ିତ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ବେତନ ବୁଝାମଣାରେ ୨୯ଟି ବ୍ୟାଙ୍କ ସାମିଲ ଥିଲେ। ସେଥିମଧ୍ୟରୁ ୧୨ଟି ସରକାରୀ ବ୍ୟାଙ୍କ ହୋଇଥିବା ବେଳେ ୧୦ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଓ ସାତଟି ବିଦେଶୀ ବ୍ୟାଙ୍କ ରହିଛନ୍ତି।

Comments are closed.