ପାଟଣାଗଡ ହତ୍ୟା ଘଟଣା ପଛରେ ପୂର୍ବ ଶତ୍ରୁତା !
ବଲାଙ୍ଗୀର: ଗତକାଲି ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ଏବେ ନୂଆ ମୋଡ ସୃଷ୍ଟି ହୋଇଛି। ମୃତ ପରିବାରର ଅନ୍ୟ ୫ପୁଅ ପହଞ୍ଚିବା ପରେ ଧିରେ ଧିରେ ମୃତ୍ୟୁର କାରଣ ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।
ହତ୍ୟା ସନ୍ଦେହରେ ପୁଲିସ ୨ ଜଣଙ୍କୁ ଅଟକ ମଧ୍ୟ ରଖିଛି। ଆଜି ପହଞ୍ଚିଥିବା ପରିବାରର ଅନ୍ୟ ୫ ପୁଅ ଅଟକ ୨ ଜଣଙ୍କୁ ଚିହ୍ନିଥିବା କହୁଛନ୍ତି। ଅଟକ ୨ ଜଣଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ମଧ୍ୟ କହିଛନ୍ତି। ଉକ୍ତ ପରିବାରର ବଡ଼ ପୁଅ ମଧ୍ୟ କିଛି ଦିନ ତଳେ ହତ୍ୟାର ଶିକାର ହୋଇଛନ୍ତି। ଏଥିସହ ପୋଲିସ ଘଟଣାର ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବରହମପୁର ଅନ୍ତର୍ଗତ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣଙ୍କର ରକ୍ତରଞ୍ଜିତ ମୃତଦେହ ଠାବ କରାଯାଇଥିଲା। ମୃତକଙ୍କ ମଧ୍ୟରେ ଘରର ମୁରବୀ ୫୦ ବର୍ଷୀୟ ବୁଲୁ ଜାନୀ, ୩୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୨ ବର୍ଷୀୟା ଝିଅ ସରିତା, ୩ ବର୍ଷର ଝିଅ ଶ୍ରୀୟା, ୫ ବର୍ଷୀୟ ପୁଅ ଭୀଷ୍ମ ଏବଂ ୨ ବର୍ଷୀୟ ପୁଅ ସଂଜୀବ। ଏମାନେ ମୂଳତଃ ବିହାରର, କିନ୍ତୁ ପ୍ରାୟ ୧୦ ବର୍ଷ ହେଲାଣି ପାଟଣାଗଡ଼ରେ ସ୍ଥାୟୀ ଭାବେ ରହିଆସିଛନ୍ତି। ବୁଲୁ ମହୁ ଓ ଚୁଡ଼ି ବିକ୍ରି କରି ପେଟପାଟଣା କରନ୍ତି।
Comments are closed.