Odisha Link
Bridging the Missing Links in Odisha

ପୁଣି ଘୁଞ୍ଚିଲା ପିଜି ମେରିଟ୍ ଲିଷ୍ଟ୍ ତାରିଖ

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ପିଜି ଏକକ ପରୀକ୍ଷା ଫଳ ପ୍ରକାଶନ ତାରିଖ। ପୂର୍ବରୁ ନଭେମ୍ବର ୧୬ରେ ପ୍ରକାଶ ପାଇବାର ଥିଲା ମେରିଟ୍ ଲିଷ୍ଟ। ନୂତନ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ୨୧ରେ ରେଜଲ୍ଡ ପ୍ରକାଶ ପାଇବ।

ଛାତ୍ରଛାତ୍ରୀମାନେ +୩ ମାର୍କସିଟ୍ ସାମସ୍ ପୋମସ୍ ପୋର୍ଟାଲରେ ଅପଲୋଡ କରିପାରିବେ। ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସାମସ୍ ପୋର୍ଟାଲରେ ଅପଲୋଡ୍ କରିପାରିବେ। ପୂର୍ବରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଥିବା ସମୟସୀମାକୁ ବୃଦ୍ଧି କରାଯାଇ ନଭେମ୍ବର ୧୭ ଯାଏଁ କରାଯାଇଛି।

Comments are closed.