ମୃତ୍ୟୁ କିଭଳି ହେଲା କହୁ କ୍ରାଇମବ୍ରାଞ୍ଚ: ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମଲାର ନୂଆ ମୋଡ଼ ନେଇଛି। ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ମୃତ୍ୟୁ କିଭଳି ହେଲା ଷ୍ଟାଟସ୍ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରୁ। ଏହା ସହିତ ବିଦ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର କରିବା, ସୋସିଆଲ ମିଡିଆରେ ଚରିତ୍ର ସଂହାର କରିବା, ମିଥ୍ୟା ତଥ୍ୟ ଦେଇ ମାମଲାକୁ ଦିଗହରା କରିବା ଏବଂ ଜଣେ ନାରୀକୁ ଅପରାଧୀ ସଜେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନା ଏତଲା ଦେଇଛନ୍ତି ବିଦ୍ୟାଶ୍ରୀ।
ଏହାକୁ ନେଇ ଗତ ଅଗଷ୍ଟ ୭ ତାରଖରେ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ବ୍ୟକ୍ତି ଅନ୍ତରୀଣ ଜାମିନରେ ଥିଲେ। ତେବେ କୋର୍ଟଙ୍କ ସର୍ତ୍ତକୁ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଜାମିନ ଖାରଜ କରିବାକୁ ଥାନାର ଦ୍ୱାରସ୍ତ ହୋଇଛନ୍ତି ବିଦ୍ୟାଶ୍ରୀ। ତେବେ ଆଦିତ୍ୟ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।
ହେଲେ ଏଯାବତ ହତ୍ୟାକାଣ୍ଡର ପ୍ରମାଣ ମିଳି ପାରି ନାହିଁ। ତେବେ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ସ୍ଟାଟସ ରିପୋର୍ଟ ଦାଖଲ କରୁ ବୋଲି ବିଦ୍ୟାଶ୍ରୀ ଦାବି କରିବା ସହ, ସିବିଆଇ ତଦନ୍ତ ଦାବି କରିଛନ୍ତି ।
Comments are closed.