କରୋନା: ରାଜଧାନୀରେ ୫୪ ସଂକ୍ରମିତ ଚିହ୍ନଟ, ୭୨ ସୁସ୍ଥ

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଛି। ଅପରପକ୍ଷେ ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଆଜି ଏହାର ସୂଚନା ଦେଇଛି।
ବିଏମସି ଅନୁଯାୟୀ ନୂତନ ଚିହ୍ନଟ ୫୪ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୩୭ ରହିଛି।
ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୧୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ୨୯୦୭୪ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୯ରେ ପହଞ୍ଚିଛି। ସକ୍ରିୟ କେସ୍ ସଂଖ୍ୟା ୭୩୫ ରହିଛି।
Comments are closed.