ଆଇଆଇସିଙ୍କୁ ଦୁଇ ବର୍ଷ ଥାନା ମନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଥାନାରେ ପୋଷ୍ଟିଂ କରାଯିବା ଉପରେ କଟକଣା ଜାରି କରାଯାଇଛି । ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ନିର୍ଦ୍ଦେଶ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ବର୍ଷ ଯାଏ କୌଣସି ଥାନାରେ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ,, ଗତ ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ପିଟିଥିଲେ ଆଇଆଇସି। ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। ଆଇଆଇସି ମାଡ଼ ଭିଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା। ଘଟଣା ପରେ ଆଇଆଇସି ସଂଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ଡିଜିପି। ପୂର୍ବରୁ ଓଏଚଆରସି ପୀଡ଼ିତଙ୍କୁ ୧୦ ହଜାର କ୍ଷତିପୁରଣ ଦେବାକୁ କହିଥିଲେ। କ୍ଷତିପୂରଣ ଅର୍ଥ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କହିଥିଲେ।
Comments are closed.