ନୂଆ ଜେଲ ମାନୁଆଲ୍, କଣ ରହିଛି ନିୟମ ଜାଣନ୍ତୁ..
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଲାଗୁ କରାଯାଇଛି ନୂଆ ଜେଲ ମାନୁଆଲ। ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ ନୂଆ ଜେଲ ମାନୁଆଲ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ୧୯୪୨ର ଜେଲ ମାନୁଆଲ ଅନୁସରଣ କରାଯାଉଥିଲା
ତେବେ ନୂଆ ମାନୁଆଲ ଅନୁଯାୟୀ, ୬ ଜଣ କଏଦୀଙ୍କ ପାଇଁ ମୁତୟନ ହେବେ ଜଣେ ସୁରକ୍ଷା କର୍ମୀ। ଏଥିସହ କଏଦୀଙ୍କ ସୁରକ୍ଷାକୁ ନେଇ ମାନବାଧିକାର ଉପରେ ଗୁରୁତ୍ୱ ଦିଆଯିବ।
ଜେଲରେ କଏଦୀଙ୍କ ଚିକିତ୍ସା ସୁବିଧା ଏବଂ ଜେଲ ପରିଚାଳନା ଉପରେ ଦିଆଯିବ। ସର୍କଲ ଜେଲରେ ୧୦୦୦ ଏବଂ ଜିଲ୍ଲା ଜେଲରେ ୫୦୦ କଏଦୀ ରହିପାରିବେ। ଏଥିସହ ସବ ଜେଲରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲରେ ବ୍ୟବସ୍ଥା ରହିବ। ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିବ।
Comments are closed.