ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି ଅଧିକାର
ଭୁବନେଶ୍ୱର: ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି ଅଧିକାର। ଜଳସେଚିତ ଜମିରେ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବା ସହ ଅଣସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣାଯିବାର ନିୟମ ରହିଛି। ମାତ୍ର ଯଦି ଜଣେ ଚାଷୀ ତା ଠାରୁ କମ ଧାନ ବିକିବାକୁ ଚାହିଁଲେ ବିକ୍ରି କରି ପାରିବେ।
ଧାନ ସଂଗ୍ରହ ନୀତି ନେଇ ଯୋଗାଣ ନିଗମ ଏମଡି ବିଶ୍ୱଜିତ ଦାସ ସୂଚନା ଦେଇ କହିଛନ୍ତି ଯେ, ଚାଷୀ ନିୟମରୁ କମ ଧାନ ବିକିବାକୁ ଚାହିଁବେ, ଆମେ ମନା କରିବୁନି। ନିଜ ବ୍ୟବହାର ପାଇଁ ବା ବାହାରେ ଚାହିଁଲେ, ସେ ବିକି ପାରିବେ। ଏଥିରେ କିଛ ରୋକ ନାହିଁ। ନିଜସ୍ୱ ଧାନ ବିକ୍ରି ଅଧିକାର ଚାଷୀଙ୍କୁ ଦିଆଯାଇଛି।
ଏହାଛଡ଼ା ଯୋଗାଣ ନିଗମ ଏମଡି ଯେ, ଏ ବର୍ଷ ପଞ୍ଜୀକୃତ ଚାଷୀଙ୍କ ହିସାବରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ କିଣା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଧିକ ଧାନ ଆସିଲେ କିଣିବା ପାଇଁ ଯୋଗାଣ ମନ୍ତ୍ରୀ ନିଷ୍ପତ୍ତି ନେଇପାରିବେ। ଯେଉଁ ମଣ୍ଡିରେ ଚାଷୀ ପଞ୍ଜୀକରଣ କରିଛନ୍ତି, ସେଇଠି ହିଁ ବିକି ପାରିବେ ବୋଲି ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି।
Comments are closed.