ରାହୁଲ ଗାନ୍ଧି ଜଣେ ଶଙ୍କାଗ୍ରସ୍ତ ଓ ଦକ୍ଷତା ବିହୀନ ବ୍ୟକ୍ତି: ଓବାମା
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀରେ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ବାରାକ ଓବାମାଙ୍କ ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଯାହା କୁହାଯାଇଛି, ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଓବାମାଙ୍କ ପୁସ୍ତକ ‘ଏ ପ୍ରମିସିଂ ଲାଣ୍ଡ’ରେ କୁହାଯାଇଛି ଯେ ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଦକ୍ଷତା ବିହୀନ ବ୍ୟକ୍ତି। ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି କରିବାକୁ ଚାହେଁ, କିନ୍ତୁ ତାଙ୍କର ରାଜନୀତି ଉପରେ ନା ଦକ୍ଷତା ଅଛି ନା ଦକ୍ଷତା ହାସଲ କରିବାକୁ ଆଗ୍ରହ ଅଛି।
ଏହି ପୁସ୍ତକରେ ରାହୁଲଙ୍କ ମା’ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ଆମକୁ ଚାର୍ଲି କ୍ରିଷ୍ଟ ଓ ରହମ ଇମାନୁଏଲଙ୍କ ପରି ପୁରୁଷମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କରେ କୁହାଯାଏ, କିନ୍ତୁ ନାରୀମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କର କିଛି କୁହାଯାଇ ନଥାଏ। ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଅପବାଦ ରହିଛି, ଯେପରିକି ସୋନିଆ ଗାନ୍ଧି।
ଏଥସହ, ଓବାମା କହିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଆମେରିକାର ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ହେଉଛନ୍ତି ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି। ସେହିପରି ପୁଟିନଙ୍କୁ ସେ ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ବୋଲି କହିଛନ୍ତି।
Comments are closed.