Odisha Link
Bridging the Missing Links in Odisha

ବିନ୍ଦୁ ସାଗରରେ ପିଣ୍ଡଦାନ ମନା

ଭୁବନେଶ୍ବର: କରୋନା ମହାମାରି ସଂକ୍ରମଣ କରାଣରୁ ଭୁବନେଶ୍ବର ବିନ୍ଦୁ ସାଗରରେ ଚଳିତ ବର୍ଷ ପିଣ୍ଡାଦାନକୁ ବାରଣ କରାଯାଇଛି। ଏହା ସହିତ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗର ପୟାଶ୍ରାଦ୍ଧ ପିଣ୍ଡଦାନକୁ ମନା କରାଯାଇଛି। ଏନେଇ ଲୋକ ମାନଙ୍କ ଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍‌ସି।

ପ୍ରକାଶ ଯେ, ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜଳାନ୍ତି। ମାତ୍ର ଚଳିତ ବର୍ଷ ପ୍ରଦୂଷଣ ରୋକିବାକୁ ଜିଲାପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।

Comments are closed.