ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଫେରାର

କଣ୍ଟାବାଞ୍ଜି : ବାହାରକୁ ବେଆନ ଭାବରେ ଦାଦନ ଚାଲଣ ସମୟରେ ୪୮ ଜଣଙ୍କୁ କଣ୍ଟାବାଞ୍ଝି ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି।
ଅଟୋ ଓ ପିକଅପ ଗାଡିରେ ରେଳ ଷ୍ଟେସନକୁ ଯାଉଥିବା ବେଳେ ପୁଲିସ ଚଢାଉ କରିଥିଲା। ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇନ୍ଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ଜଣାଯାଇଛି।
ଶ୍ରମିକ ମାନେ ବରଗଡ ଜିଲ୍ଲା ବରପାଳି, ନୁଆପଡା ଜିଲ୍ଲା ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି। ଉଦ୍ଧାର ଦାଦନ ଶ୍ରମିକ ମାନେ ଦାଦନ ସର୍ଦାର ଠାରୁ ମୁଣ୍ଡା ପିଛା ୩୫ ରୁ ୪୦ ହଜାର ଲେଖାଏ ନେଇ ଥିଲେ। ତେବେ ପୁଲିସ ଚଢାଉ ବେଳେ ଦାଦନ ସର୍ଦାର ଫେରାର ହୋଇଥିବା ଜଣାପଡିଛି।
Comments are closed.