ଦେଶରେ କରୋନା: ୨୪ ଘଣ୍ଟାରେ ୩୦,୫୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୫୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୭୦ କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୪୫ ହଜାର ୧୨୭କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ୪ ଲକ୍ଷ ୬୫ ହଜାର ୪୭୮ ଜଣ ଚିକିତ୍ସିତ ହେଉଥିବା ବେଳେ ୮୨ ଲକ୍ଷ ୪୯ ହଜାର ୫୭୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.