ବଗଲା ଜମି ବିବାଦରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ୍

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ଏ ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ଆଦି ୨୩ ପ୍ରତିପକ୍ଷଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ଜମି କିଣିଥିବା ୬ ବ୍ୟକ୍ତିବିଶେଷ ମଧ୍ୟ ରହିଛନ୍ତି।
ଜମି କିଣିଥିବା ଏକ ନିଯୋଗ, ୫ ବ୍ୟକ୍ତିଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କୁ ତୁରନ୍ତ ଜଣାଇବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବ ୨ ମାମଲା ବ୍ୟତୀତ ଆଜି ଆଉ ଏକ ମାମଲା ଦାୟର ହୋଇଛି। ନୂଆ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଆବେଦନକାରୀ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚର୍ତ୍ତୁପାଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ମନ୍ଦିର ନିକଟରେ ଥିବା ସମସ୍ତ ଉଠା ଦୋକାନ, ହୋଟେଲ, ପାନ୍ଥ ନିବାସକୁ ଉଠାଇ ଦେଇଥିଲେ। ହେଲେ ସେଠାରେ ସରକାରଙ୍କର ବଗଲା ଧର୍ମଶାଳା ନାମରେ ଏକ ଧର୍ମଶାଳା ଥିଲା। ତାହାକୁ ସରକାର ଉଠାଇ ଦେଇଥିଲେ। ହେଲେ ଏହି ବଗଲା ଧର୍ମଶାଳା ଜମିକୁ ସରକାର ସୌନ୍ଦର୍ଯ୍ୟକରଣ ନାମରେ ବିକ୍ରି କରିଦେଇଥିବା ବିରୋଧୀ ଅଭିଯୋଗ କରିଥିଲେ। ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।
Comments are closed.