କେନାଲ ବନ୍ଧ ଭାଙ୍ଗି ଗାଁ ଜଳମଗ୍ନ

ନିଆଳି: କେନାଲ ବନ୍ଧ ଭାଙ୍ଗି ଘରେ ପଶିଲା କେନାଲ ପାଣି। ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯାଇଛି। ବନ୍ଧ ଭାଙ୍ଗିବା ଦ୍ୱାରା ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ ରହିଛନ୍ତି।
ଜଳସମ୍ପଦବିଭାଗ ପକ୍ଷରୁ ଜେସିପି ଯୋଗେ ପାଣି ରୋକିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ। ବେଳକୁ ବେଳ ଘାଇର ଆକାର ବୃଦ୍ଧି ପାଇବାରେ ଲାଗିଛି। ପାଣି ବଢୁଥିବାରୁ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି। କେନାଲ ବନ୍ଧ ଦୁର୍ବଳ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ହେଁ, ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ।
Comments are closed.