“ପୁରୀ କଲିକତାରେ! ଓଡ଼ିଶାରେ ବୋଲି ସମ୍ବିତ ପାତ୍ରଙ୍କ ଯୋଗୁଁ ଦେଶବାସୀ ଜାଣିଲେ”

ଭୁବନେଶ୍ବର: “ପୁରୀ କଲିକତାରେ ବୋଲି ଅଧା ଲୋକ ଭାବୁଥିଲେ। ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପରେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିଲେ।” ଏଭଳି ବିତଣ୍ଡା ଯୁବକ୍ତି କରିଛନ୍ତି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କର ଏଭଳି ଉକ୍ତି ସମ୍ବଳିତ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।
ଉକ୍ତ ଭିଡିଓରେ ଲେଖାଶ୍ରୀ କହୁଛନ୍ତି ଯେ ଦେଶର ଅନେକ ଲୋକ କଲିକତାକୁ ଗୋଟେ ରାଜ୍ୟ ବୋଲି ଭାବନ୍ତି। ସେମାନେ ପଶ୍ଚିମବଙ୍ଗକୁ ଜାଣନ୍ତିନାହିଁ। ‘ପୁରୀ କ୍ୟା କଲକତା ମେ ହୈ?’ ବୋଲି ଅନେକେ ପ୍ରଶ୍ନ କରିଥାଆନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।
ପୁରୀ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହୋଇଥିବା ବେଳେ ଏହା ଓଡ଼ିଶାରେ ବୋଲି ୨୦୧୯ ପରେ ଦେଶବାସୀ ଜାଣିଥିବା କହିଛନ୍ତି ଲେଖାଶ୍ରୀ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ ଦେଶବାସୀ ଏ କଥା ଜାଣିଲେ ବୋଲି ସେ ମତ ଦେଇଛନ୍ତି।
ଲେଖାଶ୍ରୀଙ୍କ ଏଭଳି ବନ୍ତବ୍ୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ରାଜ୍ୟଅସ୍ମିତା ପ୍ରତି ଅପମାନ ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି। ସମ୍ବିତ ପାତ୍ରଙ୍କୁ ଖୁସି କରିବା ପାଇଁ ତୈଳମର୍ଦ୍ଦନର ଏହାଏକ ଉଦାହରଣ ବୋଲି କେହି କେହି ଲେଖିଛନ୍ତି।
Comments are closed.