ମୋବାଇଲ୍ ଫାଟି ବର୍ଷକର ଶିଶୁ ଗୁରୁତର

ଲକ୍ଷ୍ମୀପୁର: ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟି ଝିଅଟିର ମୁହଁ ପୁରା ପୋଡ଼ିଜାଇଛି। ଶିଶୁଟିକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।
ସୂଚନା ମୁତାବକ, ରୋହିତ ନାଚିକା ବର୍ଷେ ତଳେ ଏକ ମୋବାଇଲ କିଣିଥିଲେ। ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇଥିଲେ। ମୋବାଇଲ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଖଟରେ ରଖିଦେଇଥିଲେ। ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନାଚିକା ଶୋଇଥିବା ବେଳେ ପ୍ରାୟ ରାତି ୧ଟା ବେଳେ ମୋବାଇଲ ଫାଟି ଯାଇଥିଲା। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।
Comments are closed.