ଦେଶରେ କରୋନା: ୨୪ ଘଣ୍ଟାରେ ୨୯,୧୬୩ ଆକ୍ରାନ୍ତ, ୪୪୯ ମୃତ
![](https://www.odishalink.com/wp-content/uploads/2020/04/Corona-Virus.jpg)
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଳାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୩୦ ହଜାର ୫୧୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୭୪ ହଜାର ୨୯୦କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ୪ ଲକ୍ଷ ୫୩ ହଜାର ୪୦୧ ଜଣ ଚିକିତ୍ସିତ ହେଉଥିବା ବେଳେ ୮୨ ଲକ୍ଷ ୯୦ ହଜାର ୩୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.