କରୋନା: ରାଜଧାନୀରୁ ୪୮ ସଂକ୍ରମିତ ଚିହ୍ନଟ, ୬୪ ସୁସ୍ଥ

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨୨୭ରେ ପହଞ୍ଚିଛି। ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧ ଜଣ ରହିଥିବା ବେଳେ ୩୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ପ୍ରକାଶ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୨୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୯୩୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.