ଛୁଟି ନ ମିଳିବାରୁ ଥାନା ଅଧିକାରୀଙ୍କର ହୃଦଘାତରେ ମୃତ୍ୟୁ

ଭରତପୁର: ଛୁଟି ନ ମିଳିବାରୁ ହୃଦଘାତରେ ମୃତ୍ୟୁ ବରଣ କଲେ ଥାନା ଅଧିକାରୀ। ମୃତ୍ୟୁ ବରଣ କରିଥିବା ଅଧିକାରୀ ଜଣଙ୍କ ହେଲେ ହୋସିଆର ସିଂ। ତାଙ୍କ ପୁଅର ବିବାହ ତାରିଖ ନଭେମ୍ବର ୨୫ ରେ ଥିଲା, ଯାହା ପାଇଁ ସେ ଛୁଟି ପାଇଁ ଏସପି କାର୍ଯ୍ୟାଳୟର ଚକର କଟୁଥିଲେ।
ସୂଚନା ଅନୁସାରେ, ଭରତପୁରର ଅଧିକାରୀ ଏଏସପିଙ୍କୁ ଛୁଟି ପାଇଁ ଗୁହାରୀ କରୁଥିଲେ। କିନ୍ତୁ ଏଏସପି ତାଙ୍କୁ ଛୁଟି ଦେଉନ ଥିଲେ। ଯାହାପରେ ସେ ଟେନସନରେ ଆସି ତାଙ୍କ ଦେହ ହଠାତ ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରା ଯାଇଥିଲା ଯେଉଁଠି ତାଙ୍କର ମୃତ୍ୟୁ ହୋଇଛି। ଥାନା ଅଧିକାରୀ ହୋସିଆର ସିଂହ ଯାହାଙ୍କର ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛି ତାଙ୍କର ପୁଅଙ୍କ ବିବାହ ତାରିଖ ୨୫ ନଭେମ୍ବରକୁ ଥିଲା। ଯାହା ପାଇଁ ସେ ଏସପି ଅଫିସ କୁ ବାରମ୍ବାର ଦୌଡି ଥିଲେ।
ହୋସିଆର ସିଂହ ନଭେମ୍ବର ୧୩ ରୁ ପରମାନେଟ ଛୁଟି ମାଗୁଥିଲେ କିନ୍ତୁ ଏସପି ଛୁଟି ପାଇଁ ମନା କରୁଥିଲେ। ଯେଉଁଥି ପାଇଁ ଥାନା ଅଧିକାରୀ ହୋସିଆର ସିଂହ ଟେନସନ ରେ ଆସି ଯାଇଥିଲେ ଏବଂ ତାଙ୍କ ଦେହ ଆଜି ସକାଳେ ବହୁତ ଖରାପ ହୋଇ ଯାଇଥିଲା। ଥାନା ସ୍ଟାଫ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଶବ କୁ କୋଭିଡ-୧୯ ର ଟେଷ୍ଟ କରିବା ପରେ ରିର୍ପୋଟ ପଜେଟିଭ ଆସିଛି।
ହୋସିଆର ସିଂହ କରୌଲୀର ମାସଲପୁର ଥାନାର ଅଧିକାରୀ ଥିଲେ ଯିଏ ଏବେ ଭରତପୁର କୁ ପୋଷ୍ଟିଙ୍ଗ ହୋଇ ଆସି ଥିଲେ। ଏସପି ଅଫିସର କହିବା କଥା କି ତାଙ୍କର ପର୍ସନାଲ ଫାଇଲ ଆସିବାର ଡେରି ରୁ ତାଙ୍କୁ ଛୁଟି ଦେବା ପାଇଁ ଡେରି ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣା ବିଷୟରେ ମୃତକଙ୍କ ପରିବାର କୁ ଜଣାଇ ଦେଇଛନ୍ତି।
Comments are closed.