ଦର୍ଶନ ପ୍ରସ୍ତୁତି ମାସେ ଲାଗିବ: ମୁଖ୍ୟ ପ୍ରଶାସକ

ପୁରୀ: ଆଜି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଶେଷ ହୋଇଛି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ବ୍ୟୟ ଅପେକ୍ଷା ଶ୍ରୀମନ୍ଦିର ଆୟ କମିଯାଇଛି। ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବ।
ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି। ୪ ସପ୍ତାହ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ।
ଏନେଇ ୩ଟି କମିଟି ଗଠନ କରାଯାଇଛି। ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେ ନେଇ କମିଟି ନିଷ୍ପତି ନେବ।
ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲେଚନା ହୋଇଛି। ନାଗାର୍ଜୁନ ବେଶ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Comments are closed.