ନାଲକୋ କାରଖାନାରେ ଦୁର୍ଘଟଣା, ଠିକା ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ କାରଖାନା ପରିସରରେ ଅଘଟଣ। ୯୦ ଫୁଟ ଉପରେ ରହି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ଛାତରୁ ଖସି ମୃତ୍ୟୁ ଘଟିଛି। ମୃତ ଠିକା କର୍ମଚାରୀଙ୍କ ନାମ ଅକ୍ଷୟ ଦେହୁରୀ (୪୨) ବୋଲି ଜଣାପଡ଼ିଛି। ତାଙ୍କ ଧର ତୁଳସୀପାଳ ଗାଁରେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଅକ୍ଷୟ ଦେହୁରୀ ସ୍ମଲଟର ପ୍ଲାଣ୍ଟ ଆରପିଓ ସିଭିଲ ବିଭାଗର ୯୦ଫୁଟ ଉଚ୍ଚତା ଆଜବେଷ୍ଟ ଛପର କରୁଥିବା ବେଳେ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ହୋଇଛି। ଏନେଇ ଖବର ପାଇ ପରିବାର ଲୋକ ନାଲକୋ ପ୍ଲାଣ୍ଟ ସମ୍ମୁଖରେ କ୍ଷତିପୂରଣ ଦାବି କରି ଧାରଣା ଦେଇଛନ୍ତି। କ୍ଷତିପୂରଣ ରାଶି ଓ ପରିବାରର ଜଣଙ୍କୁ ନିଯୁକ୍ତି ପାଇଁ ପରିବାର ଲୋକେ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି।
Comments are closed.