ଦିଲ୍ଲୀରେ କରୋନା ସ୍ଥିତି ପୁଣି ଅସମ୍ଭାଳ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀରେ କରୋନା ସ୍ଥିତିର ଧୀରେ ଧୀରେ ସୁଧାର ଆସୁଥିଲା। କିନ୍ତୁ ଏହି ଦୀପାବଳିରେ ପ୍ରଦୂଷଣ କାରଣରୁ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏହାରି ଭିତରେ ଏବେ ଦିଲ୍ଲୀର ସୀମାନ୍ତ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖାଯାଇଛି।
ଗତ ୨୪ ଘଣ୍ଟାରେ ମଧ୍ୟରେ କରୋନା ସଂକ୍ରମଣରେ ପ୍ରାୟ ୯୯ ଜଣଙ୍କ ଜୀବନ ଗଲାଣି। ସଂକ୍ରମିତ ସଂଖ୍ୟା ହଠାତ୍ ବଢିବାରେ ଲାଗୁଥିବାରୁ , ଦିଲ୍ଲୀରେ କରୋନାର ତୃତୀୟ ଲହର ଆସୁଥିବା ସନ୍ଦେହ କରାଯାଉଛି। ଏହାରି ଭିତରେ ଦିଲ୍ଲୀ ଏନସିଆର, ଗୌତମବୁଦ୍ଧ ନଗର ପରି ଅଞ୍ଚଳରେ ଏବେ ସଂକ୍ରମଣ ବଢିବାରେ ଲାଗିଲାଣି।
ଏହା ମଧ୍ୟରେ ନୋଏଡା ସୀମାରେ ଆରମ୍ଭ ହୋଇଛି ର୍ୟାଣ୍ଡମ୍ ଟେଷ୍ଟିଂ। ବିକ୍ଷିପ୍ତ ଅଞ୍ଚଳରେ ପରୀକ୍ଷା କରାଇ କରୋନା ସ୍ଥିତି ଜାଣିବାକୁ ଉଦ୍ୟମ କରୁଛନ୍ତି ଦିଲ୍ଲୀ ସରକାର। ଏହାରି ଭିତରେ ଦିଲିରେ ପୁଣି ଥରେ ଲକ୍ ଡାଉନ୍ ଜାରି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ରଖିଛନ୍ତି ଦିଲ୍ଲୀ ସରକାର। ସେହିପରି ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ପାଇଁ ମଧ୍ୟ ସରକାର ନିଷ୍ପତି ନେଇଛନ୍ତି।
ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି। ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ। ଏହାଛଡା ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅମୁମତି ମାଗିଛନ୍ତି କେଜରିୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି।
କିନ୍ତୁ କମ ଆଇସିୟ ବେଡ ରହିଛି। ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି। କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁ ନଥିବାରୁ ଏ ନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ।
Comments are closed.