Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୮୬୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୯୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୨ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୧ଜଣ, ବାଲେଶ୍ୱରରୁ ୫୨ଜଣ, ବରଗଡ଼ରୁ ୨୬ଜଣ, ଭଦ୍ରକରୁ ୬ଜଣ, ବଲାଙ୍ଗୀରରୁ ୩୬ଜଣ, ବୌଦ୍ଧରୁ ୬ଜଣ, କଟକରୁ ୬୫ଜଣ, ଦେଓଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୧୫ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୨୫ଜଣ, ଜଗତସିଂହପୁରରୁ ୩୮ଜଣ, ଯାଜପୁରରୁ ୩୧ଜଣ, ଝାରସୁଗୁଡ଼ାରୁ ୨୨ଜଣ, କଳାହାଣ୍ଡିରୁ ୩୬ଜଣ, କନ୍ଧମାଳରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୩୯ଜଣ, କେନ୍ଦୁଝରରୁ ୧୯ଜଣ, ଖୋର୍ଦ୍ଧାରୁ ୧୦୨ଜଣ, କୋରାପୁଟରୁ ୧୫ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୪୬ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୫ଜଣ, ନୂଆପଡାରୁ ୩୩ଜଣ, ପୁରୀରୁ ୩୦ଜଣ, ରାୟଗଡ଼ାରୁ ୨୧ଜଣ, ସମ୍ବଲପୁରରୁ ୨୨ଜଣ, ସୋନପୁରରୁ ୨ଜଣ, ସୁରନ୍ଦରଗଡ଼ରୁ ୮୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦ଜଣ ରହିଛନ୍ତି।

Comments are closed.