ସ୍ଥଗିତ ରହିଲା ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା
ଭୁବନେଶ୍ବର: ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରସଙ୍ଗରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ପୂର୍ବଭଳି ହେବ ଫାର୍ମର ରକ୍ଷଣାବେକ୍ଷଣ କାମ ଜାରି ରହିବ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି।
ଏକାମ୍ରକାନନ ଫାର୍ମର ମୋଟ୍ ୨୫.୯୬୭ ଏକର ଜମିରୁ ୨୦.୧୯୨ ଏକର ଜମି ହସ୍ତାନ୍ତର କରିବା ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏକାମ୍ର କାନନର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜୟନ୍ତ କୁମାର ନାୟକ କହିଛନ୍ତି ଯେ ସାଧାରଣ ପ୍ରଶାସନ ଏକାମ୍ରକାନନ ଫାର୍ମର ଯେଉଁ ୨୦.୧୯୨ ଏକର ଜମି ନେବା ପାଇଁ ଚିଠି ଲେଖିଥିଲା, ତାହା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
ପୂର୍ବରୁ ଯେପରି ଫାର୍ମର ରକ୍ଷଣାବେକ୍ଷଣ କାମ ହେଉଥିଲା ଏବଂ ବିଭିନ୍ନ ଉନ୍ନତୀକରଣ କାମ ହେଉଥିଲା ତାହା ଜାରି ରହିବ। ଅପରପକ୍ଷେ ଏକାମ୍ରକାନନ ଫାର୍ମର ଜମି ହସ୍ତାନ୍ତର ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ହେଲା ବୋଲି ସରକାରୀ ଭାବେ କିଛି କୁହାଯାଇନି। ଏବେ ବିରୋଧ ହେଉଥିବାରୁ ଏବଂ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବାରୁ ରାଜ୍ୟ ସରକାର ଚଞ୍ଚକତା ଦେଖାଇ ଏହାକୁ ଝୁଲାଇ ରଖିଛନ୍ତି।
Comments are closed.