ସୁରତ ହସ୍ପିଟାଲରେ ଅଗ୍ନିକାଣ୍ଡ
![](https://www.odishalink.com/wp-content/uploads/2020/11/hospital.jpg)
ସୁରତ: ସୁରତ ଡାକ୍ତରଖାନାରେ ନିଆଁ। ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ନିଆଁ ଲାଗିବା ବେଳେ ସେଠାରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ନିଆଁ ଲାଗିବା ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଫଳରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।
ଅଗ୍ନିକାଣ୍ଡ ଖବର ପାଇ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ବେଳେ ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ।
Comments are closed.