ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ
ପଣାଜୀ: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକା ମୃଦୁଳା ସିହ୍ନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ।
୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିଲେ। ମୃଦୁଳା ସିହ୍ନା ଆରମ୍ଭରୁ ଜନ ସଂଘ ସହିତ ଜଡିତ ଥିଲେ। ତାଙ୍କୁ ବିଜେପିର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଗଣାଯାଇଥିଲା। ଜଣେ ସଫଳ ରାଜନେତା ବ୍ୟତୀତ ସେ ଜଣେ ସଫଳ ଲେଖିକା ମଧ୍ୟ ଥିଲେ। ମୃଦୁଳା ସିହ୍ନାଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Smt. Mridula Sinha Ji will be remembered for her efforts towards public service. She was also a proficient writer, making extensive contributions to the world of literature as well as culture. Anguished by her demise. Condolences to her family and admirers. Om Shanti. pic.twitter.com/EmYWcFEb5g
— Narendra Modi (@narendramodi) November 18, 2020
ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ମୃଦୁଳା ସିହ୍ନା ମହାଶୟାଙ୍କୁ ଜନସାଧାରଣଙ୍କ ସେବା ପାଇଁ ସ୍ମରଣ କରାଯିବ। ସେ ଜଣେ ଦକ୍ଷ ଲେଖକ ଯିଏକି ସାହିତ୍ୟ ତଥା ସଂସ୍କୃତି ଜଗତକୁ ଅନେକ ଅବଦାନ ରଖିଥିଲେ। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି।‘
Comments are closed.