Odisha Link
Bridging the Missing Links in Odisha

ମିଳିଲେନି ଯାତ୍ରୀ: ଆରମ୍ଭରୁ ବନ୍ଦ ହେଲା ଘରୋଇ ଟ୍ରେନ୍ ଚଳାଚଳ

ନୂଆଦିଲ୍ଲୀ: କରୋନା ଯୋଗୁଁ ଯାତ୍ରୀ ନ ମିଳିବା କାରଣରୁ ଦିଲ୍ଲୀ-ଲକ୍ଷ୍ମୌ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅନିଶ୍ଚିତ କାଳ ପାଇଁ ବାତିଲ କରି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଆର୍‌ସିଟିସିର ପ୍ରବକ୍ତା ସିଦ୍ଧାର୍ଥ ସିଂହ। ଟ୍ରେନ୍‌ଗୁଡ଼ିକୁ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜମ୍‌ କର୍ପୋରେସନ୍‌ ଲିମିଟେଡ୍‌(ଆଇଆର୍‌ସିଟିସି) ଦ୍ୱାରା ସଞ୍ଚାଳନ କରାଯାଇଥାଏ।

ଆଇଆର୍‌ସିଟିସିର ପ୍ରବକ୍ତାଙ୍କ ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ଲକ୍ଷ୍ମୌ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ର ଚଳାଚଳକୁ ନଭେମ୍ବର ୨୩ରୁ ଏବଂ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚାଲୁଥିବା ତେଜସ୍‌ ଏକ୍ସପ୍ରେସ୍‌ର ସଞ୍ଚାଳନ ୨୪ ନଭେମ୍ବରରୁ ବନ୍ଦ କରାଯାଉଛି। ଉଭୟ ରୁଟ୍‌ରେ ଚାଲୁଥିବା ଅନ୍ୟ ଟ୍ରେନଗୁଡିକର ଯାତ୍ରୀ ସଂଖ୍ୟାକୁ ସମୀକ୍ଷା କରିବା ପରେ ତେଜସ୍‌କୁ ପୁଣି ଥରେ ଚଳାଇବା ପାଇଁ କୌଣସି ପ୍ରକାର ନିଷ୍ପତ୍ତି ନିଆଯିବ।

ପ୍ରକାଶ ଯେ, ଏ ଟ୍ରେନରେ ମୋଟ ୭୫୮ ସଂଖ୍ୟକ ସିଟ୍‌ ରହିଛି । କିନ୍ତୁ ବର୍ତ୍ତମାନର କୋଭିଡ୍‌-୧୯ ସଙ୍କଟ ମଧ୍ୟରେ ଏଥିରୁ ମାତ୍ର ୨୫ରୁ ୪୦% ସିଟ୍‌ ହିଁ ବୁକ୍‌ ହେଉଥିଲା। ଲକ୍‌ଡାଉନ୍‌ ପୂର୍ବରୁ ଏଥିମଧ୍ୟରୁ ୫୦ରୁ ୮୦% ସିଟ୍‌ ବୁକ୍‌ ହେଉଥିଲା। ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ୧୯ରୁ ଉଭୟ ଟ୍ରେନ୍‌ର ଚଳାଚଳକୁ ବନ୍ଦ ରଖାଯାଇଥିଲା ।

ପ୍ରାୟ ୭ ମାସ ବନ୍ଦ ରହିବା ପରେ ଗତ ଅକ୍ଟୋବର ୧୭ରେ ପୁଣି ଚଳାଚଳକୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ଯାତ୍ରୀ ଚାହିଦା ନାହିଁ। ଦୀପାବଳି ସମୟରେ ବି ତେଜସ୍‌ରେ ସିଟ୍‌ଗୁଡିକ ଖାଲି ପଡ଼ିଥିଲା । ଅଧିକ ଯାତ୍ରୀ ଭଡ଼ା କାରଣରୁ ଲୋକେ ଟ୍ରେନ ବଦଳରେ ବିମାନ ଯାତ୍ରାକୁ ପସନ୍ଦ କରୁଛନ୍ତି।

ଆଇଆର୍‌ସିଟିସି ଦିଲ୍ଲୀ-ଲକ୍ଷେ୍ନø ମଧ୍ୟରେ ତେଜସ୍‌ର ସଞ୍ଚାଳନ ଗତବର୍ଷ ଅକ୍ଟୋବର ୪ରୁ ଏବଂ ମୁମ୍ବାଇ-ଅହମ୍ମଦାବାଦ ତେଜସ୍‌ର ସଞ୍ଚାଳନ ଏ ବର୍ଷ ଜାନୁଆରୀ ୧୯ରୁ ଆରମ୍ଭ କରିଥିଲା । ତେଜସ୍‌ରେ ଯାତ୍ରୀଙ୍କୁ ବିମାନ ଯାତ୍ରା ଭଳି ସେବା ପ୍ରଦାନ କରାଯାଇଥାଏ।

Comments are closed.