ବିବାଦୀୟ ବୟାନକୁ ନେଇ ପଲଟା ପ୍ରଶ୍ନ କଲେ ଲେଖାଶ୍ରୀ

ଭୁବନେଶ୍ବର: ପୁରୀ ସମ୍ପର୍କରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ପ୍ରସଙ୍ଗରେ ସେ ପାଲଟା ପ୍ରଶ୍ନ କରିଛନ୍ତି । ଗତକାଲି ଏ ନେଇ କିଛି ଉତ୍ତର ରଖିନଥିବା ଲେଖାଶ୍ରୀ ଏହି ପ୍ରସଙ୍ଗରେ ଆଜି ବିଜେଡି ଉପରେ ବର୍ଷିଛନ୍ତି।
ଲେଖାଶ୍ରୀ କହିଛନ୍ତି, ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ଲେଖାଶ୍ରୀ ହିଁ ଏକମାତ୍ର ପ୍ରସଙ୍ଗ ହୋଇଛି। ୨୦ ବର୍ଷ ହେଲା ବିକାଶ ନେଇ ବିଜେଡି କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କୌଣସି ଭୁଲ କରିନାହାନ୍ତି କି ମହାପ୍ରଭୁଙ୍କୁ ଅପମାନିତ କରିନାହାନ୍ତି ବୋଲି ବିଜେପି ନେତ୍ରୀ ସଫେଇ ଦେଇଛନ୍ତି।
ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ। ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ। ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିଲା।
ସେପଟେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ବଢିବାରେ ଲାଗିଛି। ଗତକାଲି କିଛି ସଙ୍ଗଠନ ବିରୋଧ ପରେ ଆଜି ଭୁବନେଶ୍ୱରରେ କଂଗ୍ରେସ ଲେଖାଶ୍ରୀଙ୍କ ବୟାନକୁ ବିରୋଧ କରିଛି। ଦଳର କର୍ମୀମାନେ ମାଷ୍ଟକକ୍ୟାଂଟିନରେ ବିରୋଧ ପ୍ରଦର୍ଶନ କରିଛନ୍ତି।
Comments are closed.