Odisha Link
Bridging the Missing Links in Odisha

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଘୁଞ୍ଚିବ: ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବିତ ହେବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନ ହେଲେ ପରୀକ୍ଷା ହେବ। ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ। ତା ପରେ ପରୀକ୍ଷା ଵ୍ୟଵସ୍ଥା କରାଯିବ। ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ। ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ।

ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ, ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଵ୍ୟଵସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Comments are closed.