କଳାକାରଙ୍କ ନିରବ ପ୍ରତିବାଦ

ଭୁବନେଶ୍ବର: ଆଜି ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ ତରଫରୁ ନିରବ ପ୍ରତିବାଦ କରାଯାଇଛି। ରାଜଧାନୀରେ କଳାକାରଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ନିଜର ଜୀବିକା ବଞ୍ଚାଇବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପଥପ୍ରାନ୍ତ କଳାକାର ସଂଘ। କରୋନା କଟକଣା ପାଇଁ ବନ୍ଦ ଥିବା ମଞ୍ଚ ସ୍ତରୀୟ ନାଟକକୁ ସରକାରୀ ସ୍ତରରେ ଖୋଲିବାକୁ ସ୍ୱିକୃତି ଦେବାକୁ ଦାବି କଲେ କଳାକାର।
କରୋନା ପାଇଁ ୮ ମାସ ହେବ ବନ୍ଦ ପଡ଼ିଛି ମଞ୍ଚ ସ୍ତରୀୟ ନାଟକ କାର୍ଯ୍ୟକ୍ରମ। ତେଣୁ ଏବେ ଏହାକୁ ଖୋଲିବାକୁ ଅନୁମତି ଦେବାକୁ କଳାକାର ମାନେ ଆଜି ସରକାରଙ୍କୁ ଅନୁରୋଧ କରିଛନ୍ତି। ରବୀନ୍ଦ୍ର ମଣ୍ଡପ ଠାରୁ ସଙ୍ଗୀତ ମହାବିଦ୍ୟାଳୟ ଯାଏଁ ରାସ୍ତା କଡରେ ବିଭିନ୍ନ ବେଶ ଭୂଷାରେ କଳାକାର ମାନେ ନିଆରା ପ୍ରତିବାଦ କରି ସରକାରଙ୍କୁ ନିଜ ଗୁହାରି ଜଣାଇଛନ୍ତି।
Comments are closed.