ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢ଼େଙ୍କାନାଳ: ତାଳଚେର ଆର୍ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରାଯାଇଛି। ଢେଙ୍କାନାଳ ଟାଉନ ପ୍ଲାନିଂ ଅନର୍ଗତ ନିଜ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ହୋଇଚିଏହି ଚଢ଼ାଉ।
ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ମିଳିତ ଭାବରେ ଚଢ଼ାଉ କରିଛି। ସକାଳୁ ସକାଳୁ ପୂର୍ବ ପ୍ଲାନ ମୁତାବକ ହୋଇଛି ଚଢ଼ାଉ। ପୂର୍ବରୁ ଚନ୍ଦ୍ରମଣି ସାହୁ ଙ୍କ ନାଁ ରେ ଭିଜିଲାନ୍ସ ପାଖରେ ହୋଇଥିଲା ଅଭିଯୋଗ। ତାଙ୍କ ବାସଭବନକୁ ଛାଡ଼ିଦେଲେ ଏକା ସାଙ୍ଗରେ ୫ ଟି ଜାଗାରେ ଟିମ ଚଢ଼ାଉ କରିଥିବା ଜଣାପଡ଼ିଛି।
ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ନର୍ଗତ ନିଜ ବାସ ଭବନ ହାଟ ରୋଡ ଅନ୍ତର୍ଗତ ଶ୍ୱଶୁର ଘର ତାଳଚେର ଖମାର କାର୍ଯ୍ୟାଳୟ ଓ ନିଜ ପୈତୃକ ଗାଁରେ ଚଢ଼ାଉ ଚାଲିଛି। ସେପଟେ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରେ ଚାଲିଛି ଚଢ଼ାଉ। ତେବେ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
Comments are closed.