ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାମୁହିଁ, ୪ ଆତଙ୍କୀ ମୃତ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାମୁହିଁ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଏନକାଉଣ୍ଟର। ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ।
#WATCH Jammu and Kashmir: An encounter is underway near Ban toll plaza in Nagrota, Jammu. Security tightened, Jammu-Srinagar National Highway closed. More details awaited.
(Visuals deferred by unspecified time) pic.twitter.com/PYI1KI0ykH
— ANI (@ANI) November 19, 2020
ସୂଚନା ମୁତାବକ, ଟୋଲ ପ୍ଲାଜା ପାଖରେ ସୁରକ୍ଷାକର୍ମୀ ସକାଳୁ ସକାଳୁ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ପାଖରେ ଥିବା ଏକ ଜଙ୍ଗଲରୁ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଛି। ସକାଳ ୫ଟା ସମୟରେ ଏହି ଗୁଳି ବିନିମିୟ ହୋଇଥିଲା ବୋଲି ସୂଚନା ରହିଛି। ଆହୁରି କିଛି ଆତଙ୍କବାଦୀ ଲୁଚି ଥାଇପାରନ୍ତି ବୋଲି ସୁରକ୍ଷାକର୍ମୀ ସନ୍ଦେହ କରୁଛନ୍ତି। ପୁଲିସ ଏବେ ଜମ୍ମୁ କଶ୍ମୀର ରାଜପଥ ଏବଂ ନାଗରୋଟା ଅଞ୍ଚଳକୁ ଘେରିଯାଇଛି।
ଗତକାଲଇ ବୁଧବାର ସଂଧ୍ୟାରେ ଆତଙ୍କବାଦୀ ପୁଲଓ୍ୱାମାରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହେବାରୁ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତ ଆହତ ସାଧାରଣ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Comments are closed.