ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜ
![](https://www.odishalink.com/wp-content/uploads/2020/11/Asit-Tripathy.jpg)
ଭୁବନେଶ୍ୱର: ଆଉ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ଜଡିତ ଥିବା ବିଭାଗ ଏବଂ ବ୍ୟକ୍ତିବିଶେଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିଲେ। ଏହି ୩ଟି ମେଡିକାଲ କଲେଜର ଅଗ୍ରଗତିକୁ ଫାଷ୍ଟଟ୍ରାକ ମାଧ୍ୟମରେ ନିଜେ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିବେ।
ଚଳିତ ଡିସେମ୍ବର ଶେଷ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନ୍ୟାନ୍ୟ ଅନୁମତି ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ଆବେଦନ କରାଯିବ। ଏହି ୩ଟି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ହେଉଛି- ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ।
ସୁନ୍ଦରଗଡସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ। ୨୦୨୧-୨୧ ଶିକ୍ଷାବର୍ଷରୁ ୧୦୦ ଲେଖାଏ ସିଟ୍ ନାମଲେଖା ନେଇ ତତ୍ପରତା ପ୍ରକାଶ ପାଉଛି। ତାଳଚେରସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମସିଏଲ, ସୁନ୍ଦରଗଡସ୍ଥିତ ହସ୍ପିଟାଲକୁ ଏନଟିପିସି ସହାୟତା କରୁଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି, ଏନଟିପିସି ଏବଂ ଏମସିଏଲ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Comments are closed.