Odisha Link
Bridging the Missing Links in Odisha

ଦିଲ୍ଲୀରେ ଅଣାୟତ କରୋନା, ୨୪ ଘଣ୍ଟାରେ ୧୩୧ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାର ଆତଙ୍କ ଦିନିକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୧୩୧ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା। ଏହାପୂର୍ବରୁ ନଭେମ୍ବର ୧୨ ତାରିଖରେ ଦିଲ୍ଲୀରେ ୧୦୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ୭୯୪୩ ରେ ପହଞ୍ଚିଛି। ୪୨୪୫୮ଟି ସକ୍ରିୟ କେସ୍ ରହିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୦୩୦୮୪ ରେ ପହଞ୍ଚିଛି। ଏବେ ଦିଲ୍ଲୀରେ ବୃଦ୍ଧି ପାଉଥିବା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି।

ଦିଲ୍ଲୀରେ ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କିଛି ଅଞ୍ଚଳରେ ବଜାରକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ କଟକଣା ମାନିବାକୁ ମଧ୍ୟ କୁହାଯାଇଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି।

Comments are closed.